ସୀମାଞ୍ଚଳ ରଣା(ବାବୁ)୪ ଅପ୍ରେଲ ୧୯୯୦ ମସିହା ବୁଧବାର ଦିନ କନ୍ଧମାଳ ଜିଲ୍ଲାର ଟିକାବାଲି ଅନ୍ତର୍ଗତ କଇଁଝର ଗ୍ରାମରେ ଜଣାଶୁଣା ଆୟୁର୍ବେଦିକ ଚିକିତ୍ସକ ତଥା ବିଶିଷ୍ଠ ପୂଜକ ଶ୍ରୀ ହାଡ଼ିବନ୍ଧୁ ରଣା ଓ ମାତା ହୀନ ରଣାଙ୍କ କୋଳମଣ୍ଡନ ।ବାଲ୍ୟରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଶାରୀରିକ ସଫଳତା ପ୍ରାପ୍ତ।ପରେ ପରେ ସପରିବାର ବାଲିଗୁଡା ଅନ୍ତର୍ଗତ ସୁରୁବାଲି ଗ୍ରାମରେ ଶ୍ରୀ ଶ୍ରୀ ଖଡ଼ଗେଶ୍ୱର ମହାଦେବଙ୍କ ପୂଜକ ରୂପେ ପରିଚିତ। ଏହା ବ୍ୟତୀତ କନ୍ଧମାଳରେ ମାଓ ପ୍ରଭାବିତ ଅଞ୍ଚଳ କୁର୍ତ୍ତମଗଡ଼ ଓ ସେଙ୍ଗୁସଲା ଗ୍ରାମରେ ଜଣେ ଶିବ ମନ୍ଦିର ଓ ମା କାଳୀ ଙ୍କ ପୂଜକ ରୂପେ ପରିଚିତ।ପିତାଙ୍କ ନିକଟରୁ ପୂଜାକର୍ମ ଓ ତନ୍ତ୍ରବିଦ୍ୟା ତଥା ଆୟୁର୍ବେଦ ଚିକିତ୍ସାରେ ମଧ୍ୟ ନିପୁଣ ।ବାଲ୍ୟରୁ ଦାରିଦ୍ର୍ୟତାର ସମ୍ମୁଖୀନ ସତ୍ତ୍ୱେ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀରେ କୃତକାର୍ଯ୍ୟ କରିବା ସହ,ଓଡିଶାର କାଶ୍ମୀର ଦାରିଙ୍ଗବାଡିର ଆମ୍ବେଦକର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଅଧା ଅଧୁରା ଶିକ୍ଷା ଗ୍ରହଣ ।ଏଯାବତ କୌଣସି ପୁସ୍ତକ ପ୍ରକାଶନ ପାଇଁ ଇଚ୍ଛା ନଥିବା ବେଳେ ଓଡ଼ିଶାର ହାତ ଗଣତି କିଛିଟି ପତ୍ରିକାରେ ଲେଖା ପ୍ରକାଶିତ।ସୋସିଆଲ ମିଡ଼ିଆରେ ଜଣେ ବିରହ ଓ ପ୍ରଣୟ କବି ରୂପେ ବେଶ ପରିଚିତ।ଏଯାବତ ଗଳ୍ପ ରଚନାରେ ''ଅଲିଭା ଅତିତର ଦାଗ" "ନିଖୋଜ ନାୟିକା" ସ୍ମୃତି କୁହେ ତୁମେ ପାଉଁଶ ତଳେ" "ପୁଣି ଦେଖାହେବ ଆର ଜନମରେ" "ଏକ ସମ୍ମୋହନ ଅନେକ ଦହନ" "ପର ପୁରୁଷ" ଇତ୍ୟାଦି ଲୋକପ୍ରିୟତା ହାସଲ କରିଛି। କବିତା ରଚନାରେ ସିରିଜ ଲେଖା "ପ୍ରଣୟିନୀ" "ପ୍ରିୟତମା" "ଏଇ ଆକାଶ ତଳେ" "ପ୍ରୀତିପର୍ବ "ଇତ୍ୟାଦି ଖୁବ ଲୋକପ୍ରିୟ ହୋଇଛି। ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ କବିତା ରଚନା ପରେ "ପ୍ରଣୟିନୀ" ପ୍ରଥମ ପୁସ୍ତକ। ସାହିତ୍ୟ ବ୍ୟତୀତ ଅଭିନୟ ମଧ୍ୟ ଜାରି ରହିଛି।ଲୋକକଳା ଓ ସଂସ୍କୃତିର ପ୍ରଚାର ପାଇଁ ବରଗଡ ଧନୁଯାତ୍ରାରୁ କଂସ ଦରବାର ରୁ ସମ୍ବର୍ଦ୍ଧିତ, ମା ମଙ୍ଗଳା ସାହିତ୍ୟ ସଂସଦ,ଜରିପୁଟ, ଖୋର୍ଦ୍ଧାରୁ ସମ୍ବର୍ଦ୍ଧିତ।ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ, ଜଗତସିଂହପୁର ଏହିପରି ଅନେକ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ। ବର୍ତ୍ତମାନ ବାଙ୍ଗାଲୋରର
Die Inhaltsangabe kann sich auf eine andere Ausgabe dieses Titels beziehen.
Anbieter: Revaluation Books, Exeter, Vereinigtes Königreich
Zustand: Brand New. In Stock. Bestandsnummer des Verkäufers x-9390528402
Anzahl: 2 verfügbar